ବାଇକ୍ ରୁ ପଡି ମହିଳା ଙ୍କ ମୃତ୍ୟ
ଗଞ୍ଜାମଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଟାଙ୍ଗଣ ଗାଁ ର ୫୫ ବର୍ଷ ର ପ୍ରଶନ୍ନ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ୪୫ ବର୍ଷ ର ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ମିଶି ନିଜ ବାଇକ ରେ ଗେରେଡା ରୁ ନିଜ ଗାଁ କୁ ଫେରୁଥିବା ସମୟ ରେ ବାଲିସାହି ନିକଟରେ କୌଣସି କାରଣ ବଶତଃ ବାଇକ ସହିତ ଉଭୟ ରାସ୍ତା ରେ ପଡିଯାଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଜ୍ୟୋତ୍ସ୍ନା ରାଣୀ ଗୁରୁତର ଆଘାତ ହୋଇଥିଲେ, ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଶବକୁ ବ୍ୟବଛେଦ ନିମନ୍ତେ ପଠାଯାଇଛି, ପୋଲିସ ପହଂଚି ଏହି ଘଟଣା ର ତଦନ୍ତ କରୁଛି