ବାଇକ ଓ ସ୍କୁଟି ଧକ୍କା: ୨ ଆହତ, ଜଣେ ଗୁରୁତର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବସନ୍ତିଆ ବଜାର ଠାରେ ବାଇକ ଓ ସ୍କୁଟି ଧକ୍କାରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ଜଣାଯାଇଛି । ଆହତ ଦୁଇ ଜଣ ନିଳୋକ ପଞ୍ଚାୟତ ତାଳବାଙ୍କ ଗ୍ରାମର ଶିବ ମୁଣ୍ଡାଙ୍କ ପୁଅ ବଟ ମୁଣ୍ଡା ଓ ଚଣ୍ଡିପୁର ଗ୍ରାମର ଜୁଜୁନାଙ୍କ ପୁଅ ମୁନତାଜ ହୋଇଥିବା ବେଳେ ଗୁରୁତର ଜଣକ ତାଳବାଙ୍କ ଗ୍ରାମର ଗୌରାଙ୍ଗ ମୁଣ୍ଡାଙ୍କ ପୁଅ ନାଥ ମୁଣ୍ଡା ବୋଲି ଜଣାଯାଇଛି । ଶୁକ୍ରବାର ଅପରାହ୍ନ ସମୟରେ ଚଣ୍ଡିପୁର ଗ୍ରାମର ମୁନତାଜ ବନ୍ତ ପାଶ୍ୱର୍ରୁ ଆନନ୍ଦପୁର ଅଭିମୁଖେ ଏକ ସ୍କୁଟି ଯୋଗେଁ ଯାଉଥିବା ବେଳେ ଆନନ୍ଦପୁର ପାଶ୍ୱର୍ରୁ ତାଳବାଙ୍କ ଗ୍ରାମର ନାଥ ମୁଣ୍ଡା ଓ ବଟ ମୁଣ୍ଡା ଏକ ବାଇକରେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଉଭୟ ସ୍କୁଟି ଓ ବାଇକ ଚାଳକ ଭାରସାମ୍ୟ ହରାଇ ତଳେ ପଡିବା ସହ ଆହତ ହୋଇଥିଲେ । ଘଟଣା ସ୍ଥଳରେ ବଜାରର ଲୋକେ ରୁଣ୍ଡିଭୂତ ହୋଇ ପ୍ରଥମେ ସ୍କୁଟି ଚାଳକ ମୁନତାଜଙ୍କୁ ଏକ ଗାଡିରେ ଭଦ୍ରକ ପଠାଇଥିଲେ । ପରେ ବସନ୍ତିଆ ଗ୍ରାମର ପ୍ରଦୀପ କୁମାର ପଣ୍ଡାଙ୍କ ଠାରୁ ବନ୍ତ ଆଇଆଇସି ଗଣେଶ୍ୱର ପ୍ରଧାନ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଅନ୍ୟ ଦୁଇ ଜଣ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ଶନିବାର ସୁଦ୍ଧା ସ୍କୁଟି ଚାଳକ ମୁନତାଜ ଓ ବାଇକ ଆରୋହୀ ବଟ ମୁଣ୍ଡା ଭଦ୍ରକରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବାଇକ ଚାଳକ ନାଥ ମୁଣ୍ଡାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୋଲିସ ଉଭୟ ସ୍କୁଟି ଓ ବାଇକ ଦୁଇଟିକୁ ଜବତ କରି ଥାନାକୁ ଆଣିଛି ।