ବାଇକ ଚୋରି ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଆଗରୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ନିରୋଦ ନାୟକ ମାର୍କେଟରୁ ଆସି ଘର ଆଗରେ ବାଇକ ରଖିଥିଲେ। ଖାଇ ପିଇ ସରି ଶୋଇବା ପରେ ବିଳମ୍ବିତ ରାତି ବେଳା କେହି ଦୁର୍ବୁତ୍ତ ମୋଟର ସାଇକେଲଟିକୁ ଚୋରି କରିନେଇଥିବା ନିରୋଦ ସକାଳୁ ଦେଖିବାକୁ ପାଇଥିଲେ। ଏନେଇ ଥାନାରେ ସେ ଲିଖିତ ଭାବେ ଜଣାଇବା ପରେ ପୁଲିସ ମାମଲା ରୁଜ୍ଜୁ କରିଛି।


