ବାଇକ ଚୋରି ମାମଲା ଅଭିଯୁକ୍ତ ଗିରଫ,ବାଇକ ଜବତ                         

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ  ଠାକୁରାଣୀ ଯାତ୍ରା ରୁ ଚୋରି ହୋଇଥିବା ଏକ ବାଇକ କୁ ପୋଲିସ ଜବତ କରିଛି। ବାଇକ ଚୋରି ରେ ସମ୍ପୃକ୍ତ ଥିବା ମଙ୍ଗରାଜପୁର ଗ୍ରାମର ସିଦ୍ଧାନ୍ତ ନାଇକ ଙ୍କୁ ଦିଗପହଣ୍ଡି ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଥାନା ମାମଲା ନଂ.୧୯୧/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି ।ଗତ ୨୨ ତାରିଖରେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ମାଁ ଠାକୁରାଣୀ ଙ୍କ ଯାତ୍ରା ଚାଲିଥିବା ବେଳେ ଗ୍ରାମର ମୁଖ୍ୟରାସ୍ତା ନିକଟ ପାତ୍ର ସାହି ରୁ ପ୍ରଶାନ୍ତ କୁମାର ଦାସ ଙ୍କ ହିରୋ ବାଇକ( ନଂ.ଓ ଆର ୦୭ ଏମ – ୩୭୩୨) ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଏତଲା  ଦେବା ପରେ ପୋଲିସ ମକଦ୍ଦମା ରୁଜୁ କରି ସିସିିଟିଭି ଫୁଟେଜ ଯାଞ୍ଚ କରିବାରୁ ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ ଶନିବାର ଅଭିଯୁକ୍ତ ଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ଯାଇଥିବା ବାଇକ କୁ ଜବତ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ