ବାଇକ ଛାଡି ଦୌଡିଲେ ଲୁଟେରା
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ମଞ୍ଜୁରିରୋଡରୁ ଦେଢ଼ଲକ୍ଷ ଟଙ୍କା ଲୁଟ କରି ଆସୁଥିବା ଦୁଇ ଲୁଟେରା ଲୋକଙ୍କୁ ସାମ୍ନା କରି ନପାରି ବାଇକ ଛାଡି ଦୌଡି ପଳାଇବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାଇଛି ଯେ ମଞ୍ଜୁରିରୋଡର ଶଙ୍କର୍ଷଣ ପଣ୍ଡା ନାମକ ଜଣେ ବ୍ୟବସାୟୀ ଆଜି ସକାଳେ ସ୍ଥାନୀୟ ଆହ୍ଲାବାଦ ବ୍ୟାଙ୍କକୁ ଦେଢ଼ଲକ୍ଷ ଟଙ୍କା ଡିପୋଜିଟ କରିବା ପାଇଁ ଯାଇ ବ୍ୟାଙ୍କ ଭିତରେ ବସି ଡିପୋଜିଟ ସ୍ଲିପ ପୁରଣ କରୁଥିବାବେଳେ ଜଣେ ଯୁବକ ଅତର୍କିର୍ତ ଭାବେ ତାଙ୍କ ଟଙ୍କା ବ୍ୟାଗକୁ ଧରି ବାହାରେ ଅପେକ୍ଷା କରିଥିବା ଅନ୍ୟଜଣେ ଯୁବକର ବାଇକରେ ବସି ଦ୍ରୁତ ଗତିରେ ପଳାଇ ଆସିଥିଲା । ଶଙ୍କର୍ଷଣଙ୍କ ପାଟିଶୁଣି ଲୋକମାନେ ତାଙ୍କର ପିଛା କରିଥିଲେ । ଲୁଟେରାଦ୍ୱୟ ନନ୍ଦିପଦା ଥାନାର ଡଅଁର ଗ୍ରାମଦେଇ ବାହାରିବକୁ ଚେଷ୍ଟା କରୁଥିବାବେଳେ ସେ ଏକ ଭିନ୍ନରାସ୍ତାରେ ପସିଯାଇଥିଲେ । ଆଗକୁ ରାସ୍ତା ନଥିବାରୁ ସେମାନେ ବାଧ୍ୟହୋଇ ବାଇକଟିକୁ ବିଲ ଭିତରେ ପକାଇଦେଇ ଦୌଡି ପଳାଇଥିଲେ । ଖବରପାଇ ଭଣ୍ଡାରିପୋଖରୀ ପୁଲିସ ଓ ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଲୋକମାନେ ଅନେକ ବିଲବାଡିରେ ଖୋଜାଖେଜି କରିଥିଲେ ମଦ୍ୟ ଲୁଟେରାଙ୍କ ସନ୍ଧାନ ମିଳିନଥିଲା । ଲୁଟେରାମାନେ ବ୍ୟବହାର କରିଥିବା (ଓଡି୩୪କେ ୮୨୨୦)ପଲସର୨ଟୋଣ୍ଟି ବାଇକଟିକୁ ପୁଲିସ ଜବଦ କରିବା ସହିତ ଭଣ୍ଡାରିପୋଖରୀ ଥାନାକୁ ନେଇ ତଦନ୍ତ ଚଳାଇଛି । ଏମ ପରିବହନ ଆପରେ ଏହି ନମ୍ବର ବାଇକଟି ରଣଜିତ ପ୍ରଧାନ ଯାଜପୁରର ବୋଲି ଉଲେଖ ଅଛି । ଏହା ୦୪ନଭେମ୍ବର ୨୦୧୯ରେ ରେଜିଷ୍ଟେସନ ହୋଇଥିବା ଜଣାଯାଇଛି ।