ବାଇକ-ଟାଟା ଧକ୍କାରେ ବାଇକ ଆରୋହୀ ମୃତ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ପଣ୍ଡିତ ରଘୁନାଥ ମୁର୍ମୁ ଛକରେ ଶନିବାର ଅପରାହ୍ନର ଦୁଇଟା ପାଖାପାଖି ସମୟରେ ବାଇକ ସହ ଟାଟା ମେଜିକ ଧକ୍କାରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ସୁପର ଡମ୍ବରୁଧର ମୁଖୀ ଆଜି ଛୁଟି ଦିନ ଥିବାରୁ ଶଶୁର ଘରକୁ ନିଜ ବାଇକରେ (JH 05 M 4858)ଯାଉଥିବା ସମୟରେ ଏକ ଟାଟା ମେଜିକ (OD 11A 2710) ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ ବାଇକ୍ ଚାଳକ । ମୁଣ୍ଡ ପଛପଟ ଫାଟି ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ମାମଲା ରୁଜୁ କରି ଗାଡି ଦୁଇଟିକୁ ଜବତ କରିଥିଲେ । ଗୁରୁତରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ରବିବାର ଦିନ ଏହି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ