ବାଇକ ଟ୍ରକ ମୁହାଁମୁହିଁ : ଜଣେ ଆହାତ

ଭଞ୍ଜନଗର (ସନ୍ତୋଷ ଜେନା ) :ଆଜି ତାରସିଂ ଥାନା ଅନ୍ତର୍ଗତ ସାମରଡା – କରଡ଼ାବଣି ଛକ ନିକଟରେ ଟ୍ରକ-ବାଇକ ମୁଁହାମୁଁହି ହୋଇ ଦୁର୍ଘଟଣା ଘଟିଛି, ଏପି ୨୪ଟିଏ୩୫୨୩ ନମ୍ବର ଟ୍ରକ ଭଞ୍ଜନଗର ରୁ ଦଶପଲ୍ଲା ଯିବା ସମୟରେ ବିପରୀତ ଦିଗରୁଓଆର୭ଜି୩୫୨୫ ନମ୍ବର ବାଇକ ଆସୁଥିବା ସମୟରେ ସାମରଡା – କରଡ଼ାବଣି ଛକ ନିକଟରେ ଉଭୟ ଗାଡି ପରସ୍ପର କୁ ଧ୍ଵକ୍କା ଦେଇଛି, ଏହି ଦୁର୍ଘଟଣାରେ ବାଇକ ଆରୋହୀ ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ରୁ ସେ ଗୁରୁତର ହୋଇଛନ୍ତି, ଆହତ ବାଇକ ଆରୋହୀ ତିଳିସିଙ୍ଗି ଗ୍ରାମ ର ଗୋପାଳ କୃଷ୍ଣ ଗୌଡ଼ ଙ୍କ ପୁଅ ମିଲନ କୁମାର ଗୌଡ଼, ବୟସ ୨୦ ବର୍ଷ ବୋଲି ଜଣାପଡିଛି, ଗୁରୁତର ବାଇକ ଆରୋହୀ ମିଲନ ଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା, ତାଙ୍କର ଆଘାତ ଅଧିକ ଗୁରୁତର ହୋଇଥିବା ରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ