ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଚୋରି ଅଭିଯୋଗ

ନାଉଗାଁ :ନାଉଗାଁ ଥାନା ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଜଣ ଅଚିହ୍ନା ଯୁବକ ବାଇକି ଡିକି ଭାଙ୍ଗି ନଗଦ ଏକ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ପାସବୁକ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଶୁକ୍ରବାର ଚୋରି କରି ନେଇଥିବା ନାଉଗାଁ ଥାନାରେ ଆଶ୍ରମ କର୍ମଚାରୀ ରଂଜିତ ଦାସ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମହିମା ଆଶ୍ରମ ମାତା ରିନାରାଣୀ ଦାସଙ୍କ ବ୍ୟାଙ୍କ ପାସବୁକ ଟଙ୍କା ଉଠାଇ ପାଇଁ ଆଶ୍ରମର ରଂଜିତ ଦାସ ଓ ମହେଶ ଜେନା ନାମଙ୍କ ଦୁଇ କର୍ମଚାରୀ ଡେରିକିସ୍ଥିତ ବ୍ୟାଙ୍କକୁ ଯାଇଥିଲେ । ସେଠାରୁ ଏକଲକ୍ଷ ଟଙ୍କା ଉଠାଇ ସେମାନେ ନେଇଥିବା ସିଡି ଡିଲକ୍ସ ବାଇକ ଡିକି ଭିତରେ ଟଙ୍କା ରଖିଥିଲେ । ପରେ ଆଶ୍ରମର ଜେନେରେଟର ଓ ଟ୍ରାକ୍ଟର ପାଇଁ ଡିଜେଲ ପାଇଁ ନାଉଗାଁର ଏସାର ପେଟ୍ରୋଲ ପମ୍ପକୁ ଯାଇଥିଲେ । ସେଠାରୁ ଡିଜେଲ ଆଣି ଆଶ୍ରମ ସମ୍ମୁଖରେ ବାଇକ ରଖି ଡିଜେଲ ରଖିବାକୁ ଆଶ୍ରମ ଭିତରକୁ ଯାଇଥିଲେ । ବାହାରକୁ ଆସି ଦେଖିବା ସମୟରେ ଦୁଇ ଜଣ ଅଚିହ୍ନା ଯୁବକ ତାଙ୍କ ବାଇକ ଡିକି ଭାଙ୍ଗି ଡିକିରେ ଥିବା ଏକ ଲକ୍ଷ ଟଙ୍କା ଓ ସମସ୍ତ କାଗଜପତ୍ର ନେଇ ଏକ କଳା ରଙ୍ଗର ପଲସର ଗାଡି ସାହାର୍ଯ୍ୟରେ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖି ଡାକ ପକାଇଥିଲେ ମଧ୍ୟ ଉକ୍ତ ଦୁଇ ଜଣ ଦୃର୍ବୁତ ନାଉଗାଁ ଆଡକୁ ଜୋରରେ ପଳାଇ ଯାଇଥିଲେ । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ