ବାଇକ ଦୁର୍ଘଟଣାରେ ଛାତ୍ର ଗୁରୁତର

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ବ୍ରହ୍ମକୁଣ୍ଡି ଗ୍ରାମର ସଦାନନ୍ଦ ବେହେରା ଙ୍କ ପୁଅ ରୋହିତାକ୍ଷ (୧୦) ଆଜି ବାଇକ୍ ଦୁର୍ଘଟଣା ରେ ଗୁରୁତର ଆହାତ ହୋଇ ଚିକିତ୍ସା ପାଇଁ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି । ରୋହିତାକ୍ଷ ଆଜି ସକାଳୁ ଟିଉସନ ସାରି ଘରକୁ ଫେରୁଥିବା ବେଳେ ଚାରିଛକ – ନିଆଳି ମୁଖ୍ୟ ରାସ୍ତା ର ଗଜାବର ଛକ ଠାରେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା। ଗୁରୁତର ଆହତ ଛାତ୍ର ରୋହିତାକ୍ଷ ଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହାତ ଛାତ୍ର ସାମ୍ୱାଦିକ ନାରାୟଣ ବେହେରା ଙ୍କ ପୁତୁରା ଅଟନ୍ତି। ତାଙ୍କ ବାପା ସଦାନନ୍ଦ ଏ ସମ୍ପର୍କ ରେ ପୋଲିସ ରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା
ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ