ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ୨ ଆହତ
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ସୋରାଦେବି ଜଙ୍ଗଲ ରେ ୩ଜଣ ଗୋଟିଏ ବାଇକରେ ବସି ଭଞ୍ଜନଗର ରୁ ମୁଜାଗଡ଼ ଯାଉଥିବା ସମୟରେ ଭାରସମ୍ୟ ହରାଇ ଦୁର୍ଘଟଣା ଘଟିଛି, ଯାହାଫଳରେ ଜଣେ ମୃତ୍ୟୁ ଓ ୨ ଜଣ ଗୁରୁତର ହୋଇଛନ୍ତି, ମୃତ୍ୟୁ ହୋଇଥିବା ବ୍ୟକ୍ତି ଗଙ୍ଗାଧର ଗୌଡ଼ ୩୪ , ଆହତ ୨ଜଣ ଆଶିଷ ପ୍ରଧାନ ୨୩ ଓ ମିଥୁନ ଦିହୁଡି ଏବଂ ମିଥୁନ ର ଘର ବଡ଼କୋଦଣ୍ଡା ହୋଇଥିବା ବେଳେ ଅନ୍ୟ ୨ଙ୍କର ଘର ମୁଜାଗଡ଼ ବୋଲି ଜଣାପଡିଛି , ଘଟଣାସ୍ଥଳରେ ପୋଲିସ ପହଂଚି ଆମ୍ବଲାନ୍ସ ରେ ଆହତ ୨ ଜଣ ଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଛି, ଆହତ ୨ ଜଣଙ୍କର ଅବସ୍ଥା ଗୁରତର ହୋଇଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାଂତର କରିଛନ୍ତି, ମୃତ ବ୍ୟକ୍ତି ର ଶବକୁ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ବେଳେ, ପୋଲିସ ଘଟଣା ର ତଦନ୍ତ କରୁଛି


