ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଆହତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବିଗୁଡା ଥାନା ଅନ୍ତର୍ଗତ ଜେକ ଗ୍ରାମ ନିକଟରେ ରବିବାର ଦିନ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତିଘଟଣାରୁ ଜଣାପଡିଛି, ଓଡ଼ଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମର ସୁଶାନ୍ତ କୁମାର ପାତ୍ର ନିଜ ବାଇକରେ ଦିଗପହଣ୍ଡି ସହରକୁ ଯାଉଥିଲେ ଜେକ ଗ୍ରାମର ସୀମାଞ୍ଚଳ ପ୍ରଧାନ ଗୋବିନ୍ଦ ପ୍ରଧାନ ବାଇକରେ ଭୁକ୍ତାଭୂମିରେ ଅନୁଷ୍ଟିତ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ସେହି ସମୟରେ ଗ୍ରାମରୁ ବାହାରିଥିଲେ ଜେକଠାରେ ଗ୍ରାମରୁ ବାହାରୁଥିବା ବାଇକକୁ ସୁଶାନ୍ତଙ୍କ ବାଇକ ଧକ୍କା ଦେବା ଫଳରେ  ଭାରସାମ୍ୟ ହରାଇ ସୁଶାନ୍ତ ଛିଟିକି ପାଖରେ ଥିବା ଏକ ଟ୍ରାକ୍ଟରରେ ପିଟିହୋଇ ତଳେ ପଡିଥିବା ବେଳେ ସୀମାଞ୍ଚଳ ଗୋବିନ୍ଦ ମଧ୍ୟ ଛିଟିକି ତଳେ ପଡିଥିଲେଖବର ପାଇ ବୁଗୁଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ତିନି ଜଣଙ୍କୁ ବିଗୁଡା ମେଡିକାଲକୁ ଆଣିଥିଲେ ମେଡିକାଲରେ ଗୌଡ଼ପୁଟ ଗ୍ରାମର ସୁଶାନ୍ତ କୁମାର ପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ସୀମାଞ୍ଚଳଙ୍କ ମୁଣ୍ଡରେ ଗୋବିନ୍ଦଙ୍କ ହାତରେ ଆଘାତ ଲାଗିଛିବୁଗୁଡା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ