ବାଇକ ଦୁର୍ଘଟଣାରେ ଦୁଇ ଆହତ, ଜଣେ ଗୁରୁତର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାହାରିପୁର-ହାବଳେଶ୍ୱର ରାସ୍ତାର ମତାବାଜ ଛକ ନିକଟରେ ଆଜି ଦିନ ୧୧ଟାବେଳେ ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବାବେଳେ ତନ୍ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଆଜି ଦିନ ୧୧ଟାବେଳେ ସରିଦା ଗ୍ରାମର ଭାଷ୍କର ସା ନାମକ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଯାଉଥିବାବେଳେ ଦୁଡୁଗାଁ ଭାଗିରଥିପୁର ଶାସନ ଗ୍ରାମର ଶ୍ରୀକାନ୍ତ ପଣ୍ଡା ନାମକ ଜଣେ ଯୁବକ ବାଇକରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ଅମ୍ନ୍ପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଶ୍ରୀକାନ୍ତଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।