ବାଇକ ଦୁର୍ଘଟଣାରେ ଦୁଇ ଆହତ

ହାଟଡିହି, (ବିକାଶ ବିଶ୍ୱାଳ ) : ଆନନ୍ଦପୁର ଭଦ୍ରକ ରାସ୍ତାର ଶାସଙ୍ଗ ଛକ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଶାଳଣିଆଁ ଅଞ୍ଚର ଜଣେ ଯୁବକ ବାଇକ ଯୋଗେ ଆନନ୍ଦପୁର ଆଡକୁ ଯାଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଇଜଣ ଯାକ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ହାଟଡିହି ଦମକଳ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ