ବାଇକ ଦୁର୍ଘଟଣାରେ ବାଇକ ଚାଳକ ଆହତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ବି.କରଡ଼ାବାଡ଼ି ଗ୍ରାମର ପଞ୍ଚାୟତ ଅଫିସ ସମ୍ମୁଖରେ ବୁଧବାର ଦିନ ରାତ୍ର ପ୍ରାୟ ସାଢ଼େ ସାତ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣାରେ ସେହି ପଞ୍ଚାୟତର ଦଦରାଖୋଲ ଗ୍ରାମର କାହ୍ନୁ ଡାକୁଆ ଗୁରୁତର ଆହତ ହୋଇ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଘଟଣାରୁ ଜଣା ପଡ଼ିଛି ଯେ କାହ୍ନୁ ବାଇକରେ ଯାଉଥିବା ବେଳେ ବି.କରଡ଼ାବାଡ଼ି ପଞ୍ଚାୟତ ଅଫିସ ନିକଟରେ ଏକ ହମ୍ପ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ କାହ୍ନୁ ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଆହତ କାହ୍ନୁଙ୍କୁ ବୁଗୁଡା ମେଡିକାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ବୁଗୁଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ