ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁୁରୁତର: ବାଇକ ଆରୋହୀ ଆହତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଗୋଛାପଡା ରାସ୍ତାର ବାଲିପଦର ଡମପିଡ଼ିଆ ଗାଁ ନିକଟ ରାସ୍ତାରେ ଏକ ବାଇକ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ଥିଲେ। ସେହିପରି ବୃଦ୍ଧାଙ୍କୁ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ବୃଦ୍ଧା ଜଣକ ପଲାବ୍ରୁଡି ପଞ୍ଚାୟତ ଅନ୍ତର୍ଗତ ଡମପିଡିଆ ଗାଁର ସୁକାନ୍ତି ମଲିକ ଓ ତାଙ୍କର ବୟସ ୬୦ ବର୍ଷ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ ଥିବା ବାଇକ ଆରୋହୀ ଦୁଇଜଣ ବି ପଲାବ୍ରୁଡି ପଞ୍ଚାୟତ ରାଣୀମିଲକା ଗାଁ ର ଅଜୟ ନାୟକ ଓ ସୁଜିତ ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ଫିରିଙ୍ଗିଆରୁ ଏକ ବାଇ ରେ ଦୁଇ ଜଣ ଯୁବକ ନିଜ ଗାଁ ରାଣୀମିଲକାକୁ ଯାଉ ଥିଲେ। ଡମପିଡିଆ ଗାଁ ନିକଟରେ ବୃଦ୍ଧା ଜଣକ ରାସ୍ତା କଡରେ ଥିବା ନିଜ ଘର ସମୁଖରେ ଠିଆ ହୋଇଥିଲେ। ବାଇକଟି ବୃଦ୍ଧାଙ୍କୁ ଧକ୍କା ଦେବା ପରେ ବାଇକରେ ବସିଥିବା ସେହି ଦୁଇଜଣ ଯୁବକ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ଆହତ ବାଇକ ଆରୋହୀ ଓ ଗୁରୁତର ଆହତ ହୋଇଥିବା ବୃଦ୍ଧା ଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ। ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫିରିଙ୍ଗିଆରୁ ଫୁଲବାଣୀ ଜିଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ କନ୍ଧମାଳ ବିଜେପିର ଜିଲା ଯୁବମୋର୍ଚା ସଭାପତି ଗୋଲକ କହଁର ଓ ଫିରିଙ୍ଗିଆ ବିଜେପି ବ୍ଲକ ସଭାପତି ଗଣେଶ ସାହୁ ମେଡିକାଲରେ ପହଞ୍ଚି ଆହତ ଓ ଗୁରୁତର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ