ବାଇକ ଦୁର୍ଘଟଣାରେ ବୃଦ୍ଧ ଗୁରୁତର

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଦୁର୍ଗାବଜାରଠାରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ଗୋଛା ଗ୍ରାମର ମହେଶ୍ୱର ନାୟକ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଦୁର୍ଗାବଜାର ବ୍ଲକ ନିକଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏହି ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଟ୍ରାଫିକ ସମସ୍ୟା ନେଇ ଦୈନିକ ଦୁର୍ଗାବଜାରରେ ବିଭିନ୍ନ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ