ବାଇକ ଦୁର୍ଘଟଣାରେ ମହିଳାଙ୍କ ସମେତ ଦୁଇ ଆହତ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି-ସମଣା ରାସ୍ତାର ଡଙ୍କୁରୀ ଗାଁ ନିକଟରେ ଆଜି ମଧ୍ୟାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବଡରମ୍ପାସର ଜଣେ ବ୍ୟକ୍ତି ଜଣେ ମହିଳା ଓ ଜଣେ ଶିଶୁଙ୍କୁ ବସାଇ ବାଇକ ଯୋଗେ ନିଜ ଗ୍ରାମକୁ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ବାଇକରେ ବସିଥିବା ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ଧକ୍କା କରିଥିବା ବାଇକ ଆରୋହୀକୁ କିଛି ବାଟୋଇ ମାଡ ମାରିବାରୁ ସେ ମଧ୍ୟ ଆହତ ହୋଇଥିଲା । ସେମାନଙ୍କୁ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି । ସେମାନଙ୍କ ପରିଚୟ ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ