ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ

ଭଞ୍ଜନଗର/ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର ଭୂଷଣ୍ଡପାଳ ଛକ ନିକଟରେ ବାଇକ ଦୁର୍ଘଟଣାରେ ଛାମୁଣ୍ଡା ଗ୍ରାମର ଜିତୁ ସେଠୀ (୩୦) ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଜିତୁ ବରଗାଁରୁ ୨ଜଣ ମହିଳାଙ୍କୁ ବସାଇ ନିଜ ଗ୍ରାମ ଛାମୁଣ୍ଡା ଅଭିମୁଖେ ଆସୁଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଅନ୍ୟ ଜଣେ ବ୍ୟକ୍ତି ସାଇକେଲରେ ହଠାତ ଆସିଯିବାରୁ ସେ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଘଟଣା ସ୍ଥଳରେ ବାଇକଟି ଦୁର୍ଘଟଣା ହେବା ସହ ସେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ