ବାଇକ ଦୁର୍ଘଟଣାରେ ରାଇଘାଟି ସ୍କୁଲର ଶିକ୍ଷକଙ୍କ ମୃତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତ ରାଇଘାଟି ସରକାରୀ ଉପ୍ରା ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ରାଇଘାଟି ସ୍କୁଲର ଶିକ୍ଷକ ଧୁଶାସନ ସଲଙ୍ଗୀ ଗତକାଲି କୌଣସି କାମରେ ବାଇକ ଯୋଗେ କାଠକଟା ତରତରା ରାସ୍ତାରେ ଆସୁଥିବାବେଳେ ବାଟରେ ବାଇକଟି ଦୁର୍ଘଟଣାଗ୍ରସ୍ଥ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ବାଇକ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ । ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡାକ୍ତର ଧୁଶାସନଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ମୃତ ଘୋଷଣା କରିବାପରେ ପରିବାର ଲୋକେ ବ୍ୟବଚ୍ଛେଦ ନକରି ମୃତଦେହକୁ ଧରି ଘରକୁ ପଳାଇ ଆସିଥିଲେ । ଗ୍ରାମବାସୀ ଓ ଅନ୍ୟ ଶିକ୍ଷକ ମାନଙ୍କ ପରାମର୍ଶ ପରେ ଆଜି ପୁନର୍ବାର ମୃତଦେହକୁ ଆନନ୍ଦପୁର ଡାକ୍ତରଖାନା ନେଇ ସେଠାରେ ବ୍ୟବଚ୍ଛେଦ କରିଛନ୍ତି । ଏହାକୁ ନେଇ ରାଇଘାଟି ଗ୍ରାମରେ ଶୋକର ଛାୟା ଖେଳିଯାଇ ଥିବାବେଳେ  ଅନେକ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ