ବାଇକ ଦୁର୍ଘଟଣାରେ ୨ ଯୁବକ ଗୁରୁତର
ଦଶପଲ୍ଲା (ଯୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ତାଜପଥ ନିକଟସ୍ଥ ହରିଡାବାଡି ନିକଟରେ ଶନିବାର ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଇଟାମାଟିର କ୍ରିଷ୍ଣା ସ୍ୱାଇଁ(୧୯) ଓ ଡାକ ଦାଶ (୧୯) । ଅପରାହ୍ନରେ ଉଭୟ ବାଇକ ଯୋଗେ ଏକ ଛେଳି ଧରି ଇଟାମାଟି ଫେରୁଥିବା ବେଳେ ହରିଡାବାଡି ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଧକ୍କା ହୋଇ ପଡିଥିଲେ । ଉଭୟଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।