ବାଇକ ଦୁର୍ଘଟଣା, ଗୁରୁତରଙ୍କୁ ପାରଳା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ଗ୍ରାମର ମହେନ୍ଦ୍ର ତନୟା ନଦୀ ସମ୍ମୁଖରେ ଥିବା ବୁଲାଣି ରାସ୍ତା ନିକଟରେ ଗତକାଲି ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ପାରଳା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଲାଲୁସାହି ଗ୍ରାମର ମନମୋହନା କୋଟା(୪୫) ଓଆର୍‌୦୭ ଏଫ ୫୭୩୫ ହିରୋହୋଣ୍ଡା ସ୍ପେ୍ଲଣ୍ଡର ବାଇକ ଯୋଗେ ଲାଲୁ ସାହିରୁ ରାୟଗଡ ଅଭିମୁଖେ ଆସୁଥିବା ବେଳେ ରାୟଗଡ ମହେନ୍ଦ୍ର ତନୟା ନଦୀ ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡି ରହିଥିଲେ । ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ôଚ ୧୦୮ ଯୋଗେ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜରୁରୀ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାସ୍ଥଳରେ ରାୟଗଡ ଥାନା ପୋଲିସ ପହଞ୍ଚିଞ୍ଚବାଇକକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ