ବାଇକ ଦୁର୍ଘଟଣା, ଜଣେ ମୃତ , ଜଣେ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ କାର୍ଯ୍ଯାଳୟ ନିକଟରେ ମଙ୍ଗଳବାର ଅପରାହ୍ନ ରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ମୃତ ଯୁବକ ଜଣକ ଦିଗପହଣ୍ଡି ଚିକିଟିଆ ସାହିର ସତ୍ଯ ନାରାୟଣ ପାଣିଗ୍ରାହୀ (ମିତୁ) ବୋଲି ଜଣାଯିବା ସହ ଆହତ ଜଣକ ମଧ୍ୟ ସେହି ଚିକିଟିଆ ସାହିର ମିତୁଙ୍କ ସାଙ୍ଗ ଜଗଦୀଶ ଡାକୁଆ ବୋଲି ଜଣାଯାଇଛି।ଦୁଇ ସାଙ୍ଗ ମିଶି ଏକ ବାଇକ (ଓଡି୩୩ଏଏ ୮୫୭୧) ଯୋଗେ ପେଣ୍ଠା ଗ୍ରାମରୁ ଭୋଜିଖାଇ ଘରକୁ ଫେରିବା ବେଳେ ହମ୍ପସରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିଲା।ମିତୁ ଛିଟିକି ହୋଇ ରାସ୍ତାପାର୍ଶ୍ବ ଲୁହାବାଡରେ ପିଟି ହୋଇଯାଇଥିଲା ବେଳେ ଜଗଦୀଶ ରାସ୍ତାରେ ଘୋଷାରି ହୋଇ ଗୁରୁତର ଆହତ ହୋଇଥିଲେ।ଉଭୟଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଉପସ୍ଥିତ ଡାକ୍ତର ମିତୁଙ୍କୁ ମୃତ ଘୋଷଣା କରିଥିଲେ।ଜଗଦୀଶଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଖବରପାଇ ଦିଗପହଣ୍ଡି ପୋଲିସ ସ୍ବାସ୍ଥ୍ଯକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି।