ବାଇକ ଦୁର୍ଘଟଣା :ବାପା, ମା ସହ ଶିଶୁ ପୁତ୍ର ଆହତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଡ.ଆମ୍ବେଦକର କନିଷ୍ଠ ମହାବିଦ୍ୟାଳୟ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ ଦୁର୍ଘଟଣା ଘଟି ୩ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବୁଲୁ ନାୟକ, ପତ୍ନୀ ପିଙ୍କି ନାୟକ ଏବଂ ତାଙ୍କର ୪ବର୍ଷର ଶିଶୁ ପୁତ୍ର ବିକାଶ ନାୟକ । ସୂଚନା ଅନୁସାରେ, ବୁଲୁ ନାୟକ ନିଜ ସ୍ତ୍ରୀ ଏବଂ ପୁଅଙ୍କୁ ଧରି ଦାରିଙ୍ଗବାଡ଼ି ଡୁଲୁରିପାଇନ ଜଙ୍ଗଲକୁ ବଣଭୋଜି କରିବାକୁ ଆସିଥିଲେ । ତେବେ ବଣଭୋଜି କରି ଫେରିବା ସମୟରେ କଲେଜ ଓ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ଥିବା ସଂକୀର୍ଣ୍ଣ ପୋଲ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟଲୋକେ ଆହତମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।


