ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଂଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟ ପାଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ଯୋଗୁଁ ବାଇକ୍ ଆରୋହି ମହେଶ୍ୱର ପାତ୍ର (୨୩) ଓରଫ୍ ଲଣ୍ଡାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ମୃତ ଯୁବକଙ୍କ ଘର ଖଜୁରିପଡ଼ା ପଂଚାୟତ ଅନ୍ତର୍ଗତ ଡ଼େହେଙ୍ଗି ଗ୍ରାମର ଦିଗାମ୍ବର ପାତ୍ରଙ୍କ ପୁଅ । ଖବର ପ୍ରକାରେ ,ମହେଶ୍ୱର କୌଣସି କାମରେ ଫୁଲବାଣୀ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଖଜୁରିପଡ଼ା ଦମକଳ ବାହିନି ଓ ପୁଲିସ୍ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଖଜୁରିପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚାନ ଦେଇଛନ୍ତି ।