ବାଇକ ଦୂର୍ଘଟଣା, ଚାଳକ ସମେତ ୧ ଆହାତ
ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ ) : ଭଞ୍ଜନଗର ଏଲ ଆଇ ସି କଲୋନୀ ସାମ୍ନାରେ ବାଇକ ଧକ୍କାରେ ବାଇକ ଚାଳକ ସମେତ ଜଣେ ବୃଦ୍ଧା କୁନି ବେହେରା ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ଦ୍ରୁତଗତିରେ ବାଇକ ଗାଡି ନଂ ଓଡି .ଓଆରସେଭେନପିରେ ି ନିଜ ଘରକୁ ଫେରୁଥିବା ବେଳେ ବୃଦ୍ଧା ଜଣକ ରାସ୍ତା ପାର ହେଉଥିଲେ । ଏହ÷ ସମୟରେ ବାଇକ ଚାଳକ ବୃଦ୍ଧା ଜଣଙ୍କୁ ବଞ୍ଚାଇବା ପାଇଁ ଗାଡିରୁ ଡେଇଁ ପଡିଥିଲେ । ଫଳରେ ଯୁବକ ଆହାତ ହେବା ସହ ବୃଦ୍ଧା କୁନି ବେହେରା ଆହାତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।