ବାଇକ ଧକ୍କାରେ ଏବିଇଓ ଗୁରୁତର
ହାଟଡ଼ିହି:ବନ୍ତ ବ୍ଲକର ଏବିଇଓ ଭାବେ କାର୍ଯ୍ୟକରୁଥିବା ହାଟଡିହି ବ୍ଲକ ଦନେଇପୁର ଗ୍ରାମର ଅମୁଲ୍ୟ କୁମାର ମିଶ୍ର ଏକ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଶ୍ରୀଯୁକ୍ତ ମିଶ୍ର ଏକ ସ୍କୁଟି ଯୋଗେ କାର୍ଯ୍ୟାଳୟକୁ ଯାଇଥିବା ସମୟରେ ହାଟ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ତଳେ ପଡିଯିବା ସହ ଗୁରୁତର ଆହତ ହୋଇଥିଲେ । ବାଇକ ଆରୋହୀ ଜଣକ ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ପଳାଇଥିବାବେଳେ ସ୍ଥାନୀୟ ଲୋକମାନେ ଏବିଇଓଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଡାକ୍ତରଖାନାକୁ ପଠାଇଥିଲେ । ତାଙ୍କର ଗୋଟେ ଗୋଡ ଭାଙ୍ଗି ଯାଇଥିବା ସହ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ଏକ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଗୋଡ ଅସ୍ତ୍ରୋପଚାର କରାଯାଇଛି ।