ବାଇକ ଧକ୍କାରେ ବୃଦ୍ଧ ଗୁରୁତର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ରାଇରଙ୍ଗପୁର ଗୋରୁମହିଷାଣି ରାସ୍ତା ନିକଟ ସାନପାଖଣା ଠାରେ ବାଇକ ଧକ୍କାରେ ଜଣେ ସାଇକେଲ ଚାଳକ ବୃଦ୍ଧ ଗୁରୁତର ଆହାତ ହୋଇଛନ୍ତି । ଆହାତ ବୃଦ୍ଧଙ୍କ ପରିଚୟ ସାନପାଖଣା ପଂଚାୟତ ଗଡିଗାଁର ଦୈତାରି ରାଜ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗୋରୁମହିଷାଣି ରାସ୍ତା ସାନପାଟଣା ଠାରେ ବୃଦ୍ଧ ଜଣକ ସାଇକେଲ ଚାଳକ ଙ୍କୁ ବାଇକ ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ହିଁ ବୃଦ୍ଧ ଜଣକ ରାସ୍ତାରେ ଛିଟିକି ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ବାଇକ ଚାଳକ ବୃଦ୍ଧ ଜଣକୁ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତିକରି ଥିଲେ । ଗୁରୁତର ବୃଦ୍ଧ ଜଣକ ବର୍ତ୍ତମାନ ମେଡିକାଲରେ ଚିକିସ୍ରିତ ହେଉଛନ୍ତି । ଅଧୁନା ସମୟରେ ଦୂର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଦୂର୍ଘଟଣା ଘଟାଇଥିବା ଚାଳକ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ବାଇକ ଚାଳକ ଜଣକ ବୃଦ୍ଧ ଙ୍କୁ ଉଦ୍ଧାର କରି ଚାଳକ ଜଣକ ନିଜର ମାନବିକତା ଦେଖାଇବା ସହ ମେଡିକାଲରେ ଚିକିସ୍ରିତ କରାଇଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଂଶସା କରାଯାଇଛି ।