ବାଇକ ଧକ୍କାରେ ମହିଳା ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା): ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ଚମାଖଣ୍ଡି ଛକର ସୁନୀତା ମହାପାତ୍ର (୩୫) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରୁବାର ପୂର୍ବାହ୍ନରେ ସୁନୀତା କୌଣସି କାର୍ଯ୍ୟରେ ଜାତୀୟ ରାଜପଥ ଦେଇ ପାର ହେଉଥିବା ବେଳେ ହଠାତ୍ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ଚାଳକ ଜି. ଗୋବିନ୍ଦ ପାତ୍ର ଓ ସୁନୀତା ଗୁରୁତର ହୋଇ ଜାତୀୟ ରାଜପଥରେ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୁନୀତାଙ୍କ ମୃତ୍ୟୁ ହୋଇଥିବା ଚମାଖଣ୍ଡି ଥାନାର ଏଏସଆଇ ନବୀନ ଚନ୍ଦ୍ର ଚୈଧୁରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ଗସ୍ତ ବାଇକକୁ ଜବତ କରି ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।


