ବାଇକ ଧକ୍କାରେ ମହିଳା ମୃତ

ଗଞ୍ଜାମ, (ବିନୋଦ ପଲେଇ): ଜାତୀୟ ରାଜପଥ(୧୬) ର ହୁମ୍ମା ଛକ ଠାରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ଗଞ୍ଜାମ ବ୍ଲକ ପ୍ରୟlଗି ଗ୍ରାମର ବନ ଗୌଡ଼ (୫୦) l ହୁମ୍ମା ସ୍ଥିତ ଜାତୀୟ ରାଜପଥ(୧୬) କଡରେ ଚାଲି ଚାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଉଥିବାବେଳେ ପଛରୁ ଏକ ବାଇକ ନଂ (OD07 AJ 4366 ) ଧକ୍କା ଦେଇଥିଲା l ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ହୁମ୍ମା ମେଡିକାଲରେ ଭର୍ତି କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରୁ ହୁମ୍ମା ପୋଲିସ ବାଇକକୁ ଜବତ କରି ତଦନ୍ତ କରୁଥିବା ବେଳେ ବାଇକ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ