ବାଇକ ଧକ୍କାରେ ସାଇକେଲ ଚାଳକ ଗୁୁରୁତର

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ଥାନା ଅନ୍ତର୍ଗତ ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ନିକଟରେ ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ପରିଚୟ ଝଗଡା ଗ୍ରାମର ଆପନ୍ନା ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆପନ୍ନା ନିଜ ଗ୍ରାମରୁ ସାଇକେଲ ଯୋଗେ ଧାନ ଘର ଅଭିମୁଖେ ଆସୁଥିବା ସମୟରେ ଦ୍ରୁତ ଗତିିରେ ଏକ ଟିଭିଏସ ଆପାଚି ଗାଡିରେ ଦ୍ରୁତ ଗତିରେ ଆସି ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇଛି ।ଫଳରେ ଆହାତ ଆପନ୍ନାଙ୍କୁ ପ୍ରଥମେ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପଟେ ବାଇକ ଚାଳକ ପ୍ରବଳ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଚିକିଟି ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ