ବାଇକ ଧକ୍କାରେ ସାଇକେଲ ଚାଳକ ଗୁରୁତର
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନୂଆ ଗାଁ ଛକ ନିକଟରେ ବାଇକ ଧକ୍କାରେ ଜଣେ ସାଇକେଲ ଚାଳକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ପରିଚୟ ମିଳିପାରିନଥିବା ବେଳେ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଛତ୍ରପୁର ମେଡିକାଲ ରେ ଭର୍ତ୍ତିକରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଦୂର୍ଘଟଣା ଘଟାଇ ବାଇକ ଚାଳକ ମାଡ ଭୟରେ ଫେରାର ହୋଇଯାଇ୍ଥିବା ଜଣାପଡିଛି ।