ବାଇକ ଧକ୍କାରେ ସାଇକେଲ ଚାଳକ ମୃତ୍ୟୁ, ଦୁଇ ବାଇକ ଆରୋହି ଆହତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ମତାଝରି ଠାରେ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ଜଣା ପଡ଼ିଛିଯେ ନଭେମ୍ବର ୧୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ସମୟରେ ମତାଝରି ଗ୍ରାମର ସୁରେନ୍ଦ୍ର ପ୍ରଧାନ ଏକ ସାଇକେଲ ଚଳାଇ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ନିଜଗ୍ରାମ ଡେଙ୍ଗାବାଡିକୁ ଫେରୁଥିବା ମିଥୁନ ସେଠୀ ଓ ନାରାୟଣ ସେଠୀ ବସିଥିବା ବାଇକ ପଛପଟୁ ସୁରେନ୍ଦ୍ରଙ୍କ ସାଇକେଲକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ସାଇକେଲ ଚାଳକ ସୁରେନ୍ଦ୍ର ପ୍ରଧାନ(୫୫) ମୃତ୍ୟୁ ବରଣ କରିଥିବା ବେଳେ ବାଇକରେ ଯାଉଥିବା ମିଥୁନ ଓ ନାରାୟଣ ମଧ୍ୟ ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ବୁଗୁଡା ଦମକଳ ବାହିନୀ ଯାଇ ତିନି ଜଣଙ୍କୁ ବୁଗୁଡା ମେଡ଼ିକାଲକୁ ଆଣିଥିଲେ । ପରୀକ୍ଷା ପରେ ଡାକ୍ତର ସୁରେନ୍ଦ୍ର ପ୍ରଧାନଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଆହତ ମିଥୁନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଏହି ଦୁର୍ଘଟଣା ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡା ମେଡ଼ିକାଲରେ ପହଁଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ଆହତ ଦୁଇଜଣଙ୍କ ଅବସ୍ଥା ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରି ଗୁରୁତର ମିଥୁନଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରିଥିଲେ। ବିଧାୟକଙ୍କ ସହ କେ.ତ୍ରିଲୋଚନ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ହର ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଣେ ବୁଗୁଡା ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ ଓ ମର ଶରୀର ଜବତ କରିଥିଲେ ମଧ୍ୟ ପାଠ ଲେଖିବା ପର୍ଯ୍ୟନ୍ତ କୌଣସି ମାମଲା ପଞ୍ଜିକୃତ ହୋଇନଥିବା ପୋଲସ ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ