ବାଇକ ଧକ୍କାରେ ୧ ମୃତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) :ରଂଙ୍ଗେଇଲୁଣ୍ଡା କନିସି ହାଟ ନିକଟସ୍ଥ ବୁଲୁ ଢାବା ଆଗରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ ଘଟିଛି । ମୃତକଙ୍କ ପରିଚୟ ବ୍ରହ୍ମପୁର ବଡବଜାର କେଲସ ଧାନା ଅଂଚଳର କୈଳାଶ ନଗରର ବାବୁ ମହାରଣା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବାଇକ ଧକ୍କାରେ ଯୁବକ ଜଣକ ଗୁରୁତର ଆହାତ ହୋଇଥିଲେ । ଏହା ପରେ ଆହାତ ଜଣଙ୍କୁ ଏମକେସିଜ ମେଡିକାଲରେ ଭର୍ତ୍ତିକରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।