ବାଇକ ଧକ୍କାରେ ୧ ମୃତ ଜଣେ ଗୁରୁତର
ହୋଲି ଖେଳି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ମଟର ସାଇକେଲ ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁସାରେ କୋଣାର୍କ ଥାନା ଅଧିନ ମାଟିଆପଡା ଗ୍ରାମର ଗତକାଲି ୨ ଛାତ୍ର ହୋଲି ଖେଳି ସାରିବା ପରେ ରାସ୍ତା କଡରେ ଛିଡା ହୋଇଥିଲେ ଏହି ସମୟରେ ଏକ ମୋଟର ସାଇକେଲ ଶକ୍ତ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ମେଡିକାଲକୁ ନିଆଯାଇଥିଲା କିନ୍ତୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଡାକ୍ତର କହିଛନ୍ତି ।