ବାଇକ-ପିକ ଅପ୍ ଭେନ୍ ଧକ୍କାରେ ବାଇକ ଚାଳକ ଗୁରୁତର

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର , ଥାନାଠାରୁ ଦେଢ଼ କିମି ଦୂର ମହୁଲଡିହା ଛକରେ ଅପରାହ୍ନ ୩ଟା ପାଖାପାଖି ସମୟରେ ପିକ୍ ଅପ୍ ଭେନ (ଓଡି ୧୧ ଇ ୯୯୨୩)ସହ ବାଇକ ରାମା ଫେଜେରୋ
(ଓଡି ୧୧ ଇ ୩୭୬୮) ଧକ୍କା ଫଳରେ ବାଇକ ଚାଳକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲେ । ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଗୁରୁତର ପ୍ରିତିଶ ପରିଡା ପିତା-ଆଦିତ୍ୟନାଥ ପରିଡା,ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଲକର ରାଖାସାହି, ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲା ।ପରେ ପରିସ୍ଥିତି ବିଗିଡିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ