ବାଇକ ବୋଲେରୋ ଧକ୍କାରେ ଜଣେ ମୃତ : ଦୁଇ ଗୁରୁତର 

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥରେ ଏବେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ବିଶେଷକରି ଦ୍ରୁତଗତିରେ ଗାଡି ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଜଣାଯାଇଛି । ଗତକାଲି ରାତିରେ ବଞ୍ଚୋଛକରେ ବାଇକ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବରରୁ ଜରାଯାଇଛି ଯେ ଇଞ୍ଚୋଳ ଗ୍ରାମର ଦେବେନ୍ଦ୍ର ଯେନା, ସୁରେଶ ଯେନା ଓ ଜଳସରପୁର ଗ୍ରାମର ପବିତ୍ର ଯେନା ତିନିଜଣ ଯାକ ଏକ ବାଇକରେ  ଆନନ୍ଦପୁର ଆଡକୁ ଯାଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ବୋଲେରୋ ଗାଡି ସହିତ ମୁହାଁ ମୁହିଁ ଧକ୍କା ହୋିଥିଲା । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାପସ ଯୋଗେ ଆନନ୍ଦପୁର ଉପଖଶ୍ଡ ଚିକିତ୍ସାଳୟ୍ରକୁ ପଠାଇଥିଲେ । ସମସ୍ତଙ୍କ ଅବସ୍ଥା ଉଦବେଗ ଜନକ ଥିବାରୁ ସେମାନଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୁରେଶ ଯେନାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ସେଠାରେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ନରେ ସୁରେଶର ମୃତଦେହ ଇଞ୍ଚୋଳରେ ପହଞ୍ଚିବାପରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ଶଶ୍ମିତା ମହାପାତ୍ରଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି  ତାଙ୍କ ବାସଭବନରେ ପହଞ୍ଚି ଶୋକାକୂଳ ପରରିବାରକୁ ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ