ବାଇକ ମୁଁହାମୁହିଁ ଦୁଇ ଗୁରୁତର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଳି ପଞ୍ଚାୟତର ବଳରାମପୁର ଗ୍ରାମରେ ଅନୁଷ୍ଠିତ ପଞ୍ଚୁଦୋୖଳ ଯାତ୍ରାଦେଖି ଫେରୁଥିବା ବେଳେ ଖଣ୍ଡିଦେଉଳି ଗ୍ରାମ ସବଷ୍ଟେସନ ଠାରେ ଦୁଇଟି ବାଇକ ମୁଁହାମୁହିଁ ହୋଇଥିଲେ। ଫଳରେ କୁଜିଢେପାର ଭିକାରୀ ସ୍ୱାଇଁ,ଓ ସନ୍ତୋଷପୁର ଗ୍ରାମର ଶାଗର ଦାସ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥଲା। ଭିକାରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି