ବାଇକ ଶୋଭାଯାତ୍ରା
ଭଞ୍ଜନଗର ଠାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବର୍ତ୍ତମାନ ର ଭଂଜନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଟିକଟ ପାଇବା ପରେ ନିଜ ନିର୍ବାଚନ ମଣ୍ଡଳୀ କୁ ଆସିବା ସମୟ ରେ ବହୁ ସମର୍ଥକ ଏବଂ ଜନସାଧାରଣ ତାଙ୍କୁ ଫୁଲ ତୋଡା ଦେଇ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ଶୋଭାଯାତ୍ରା କରସୀଙ୍ଗି ଠାରୁ ଭଞ୍ଜନଗର ପର୍ୟ୍ୟନ୍ତ ହୋଇଥିଲା।ଏଥିରେ ପ୍ରାୟ ୨୦୦୦ ରୁ ଅଧିକ ସମର୍ଥକ ବିଶାଳ ବାଇକ୍ ଶୋଭଯାତ୍ରା ରେ ଯୋଗଦେଇଥିଲେ।


