ବାଇକ ସହ ୨୫ କିଲୋ ଗଞ୍ଜେଇ ଜବତ; ଜଣେ ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ପୁଲିସ୍ ଶନିବାର ଏକ ମଟର ସାଇକଲ ସହିତ ୨୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାମ ବିଶ୍ୱଜିତ୍ ବେହେରା ବୋଲି ଥାନା ଅଧିକାରୀ ତୃପ୍ତି ନାୟକ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତାହାର ଘର ଗୋଛାପଡ଼ା ଥାନାର ଦଡ଼କି ପଞ୍ଚାୟତ ଅନ୍ତର୍ଗତ କାଣିଦାନି ବୋଲି ଜଣାଯାଇଛି। କୌଣସି ସୁତ୍ରରୁ ଖବରପାଇ ଥାନା ଅଧିକାରୀ ତାଙ୍କ ଟିମ୍ ସହିତ ଗୋଛାପଡା-ଫୁଲବାଣୀ ରାସ୍ତାର ଲୁହୁରାସାହି ଛକନିକଟରେ ଗାଡ଼ି ତନଖି କରିଥିଲେ। ଏହି ରାସ୍ତାଦେଇ ଯାଉଥିବା ଉକ୍ତ ବାଇକ ନଂ.ଓଡ଼ି-୧୨ଏ -୪୨୫୩ ତନଖିବେଳେ ଗାଡ଼ିରେ ଗଞ୍ଜେଇ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଥାନା ଅଧିକାରୀ ବାଇକ୍ ସହ ୨୫କିଲୋ ଗଞ୍ଜେଇ ଜବତ କରିଥିଲେ, ଏହି ମାମାଲାରେ ଗୋଛାପଡା ଥାନାରେ ୫୦/୨୦ ରେ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।