ବାଇଗଣବାଡି ପଲ୍ଲୀ ଗାଁରେ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ କେ.ନୂଆଗାଁ ଥାନା ଅନ୍ତର୍ଗତ ବାଇଗଣବାଡି ପଲ୍ଲୀ ଗାଁରେ  ୨ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ପରେ ଉତ୍ତେଜନା ପ୍ରକାଶ ପାଇଛି।ଗୋଟିଏ ଗୋଷ୍ଠିର ଲୋକେ ଜଣେ ଯୁବକ ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ରେ ଗୁରୁତର ଆହାତ ଯୁବକ ଜଣକ ହେଲେ କୁଞ୍ଜ ବିହାରୀ ନାୟକ। ଗାଁ ର ନିର୍ଦ୍ଦିଷ୍ଟ ଗୋଷ୍ଠୀ ର  ଆତଙ୍କରାଜରେ ଅପର ଗୋଷ୍ଠିର କିଛି ପରିବାର ଭୟଭୀତ ଅବସ୍ଥାରେ ଘରୁ ପଦାକୁ ବାହାରି ପାରୁନଥିବା ସୂଚନା ମିଳିଛି।ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ରହିଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୁଧବାର ରାତି ରେ କୁଞ୍ଜ ଙ୍କୁ  ହତ୍ଯାଉଦ୍ଯମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି। ଗାଁ ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ  କେତେକ ଘରକୁ ଟାର୍ଗେଟ କରି ପ୍ରବଳ ଟେକାପଥର ମାଡ କରାଯିବାରେ ଦୁହିତା ଦଳାଇ ନାମକ ଜଣେ ଗର୍ଭବତୀ ମହିଳା ଆହତ ହୋଇଥିବା ଜଣାପଡିଛି।ନିର୍ଦ୍ଦିଷ୍ଟ ଗୋଷ୍ଠି ପକ୍ଷରୁ ହାତରେ ମାରଣାସ୍ତ୍ର ଧରି ଗ୍ରାମରେ ଗୁରୁବାର ସକାଳେ  ମାର୍ଚିଙ୍ଗ କରାଯାଇଛି।ପୂର୍ବରୁ ଏଭଳି ଘଟଣା ପୋଲିସ ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ ସେହି ଗୋଷ୍ଠିକୁ ନିୟନ୍ତ୍ରଣରେ ରଖି ଶୃଙ୍ଖଳା ଫେରାଇବାରେ ନୂଆଗାଁ ଥାନା ପୋଲିସ ବିଫଳ ହୋଇଥିବା କୁହାଯାଇଛି।ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଏହି ସ୍ପର୍ଶକାତର ଘଟଣା ଉପରେ ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରି ଭୟଭୀତ ଅବସ୍ଥାରେ ରହିଥିବା ପରିବାର ଗୁଡିକୁ ସୁରକ୍ଷା ଯୋଗାଇ ନଦେଲେ ଯେକୌଣସି ମୁହୂର୍ତ୍ତରେ ବଡ ଧରଣର ହିଂସାକାଣ୍ଡ ଘଟିଯିବା ଆଶଙ୍କା ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ