ବାଇବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ବ୍ଳକ ମୁଜାଗଡ କ୍ଳଷ୍ଟର ଅନ୍ତର୍ଗତ ବାଇବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚରଣ ଗୌଡ ସଭାପତିତ୍ବ କରିଥିବା ବେଳେ ମୁଜାଗଡ କ୍ଳଷ୍ଟର ସି.ଆର୍.ସି.ସି ଭଗବାନ ଭୂୟାଁ ମୁଖ୍ୟ ଅତିଥି ରୂପେ ,ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ସମ୍ମାନିତ ଅତିଥି ରୂପେ ,ବାଇବାଲି ର ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ନାୟକ ସମ୍ମାନିତ ଅତିଥି ରୂପେ, ବରିଷ୍ଠ ଶିକ୍ଷକ ସୁନିଲ କୁମାର ପଟ୍ଟନାୟକ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ର ଆବଶ୍ୟକତା ଓ ଶିକ୍ଷାର୍ଥିଙ୍କ ଦକ୍ଷତାକୁ ପ୍ରକାଶ କରିବାରେ ଏହି ପରି କାର୍ଯ୍ୟକ୍ରମ ର ଆୟୋଜନ ବିଷୟରେ ବକ୍ତବ୍ୟ ରଖିଥିଲେ । ବଡକୋଦଣ୍ଡା ସି.ଆର୍.ସି.ସି ତଥା ବରିଷ୍ଠ ଶିକ୍ଷକ ଶ୍ରୀ ମୋହନ ସାହୁ ସଭା ପ୍ରାରମ୍ଭରେ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା,ଶିକ୍ଷୟିତ୍ରୀ ବବିତା ସ୍ବାଇଁ,ଜାନକୀ ସୁବୁଦ୍ଧି, ଦମୟନ୍ତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କୃତୀ ଶିକ୍ଷାର୍ଥିଙ୍କୁ ଏହି ଅବସରରେ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।