ବାଉଁଶ ବୋତଲ
ସାଧାରଣତଃ ଆଜିର ସମୟରେ ଆମ ସାମ୍ନାରେ ସବୁଠାରୁ ବଡ଼ ସମସ୍ୟା ହେଉଛି ପରିବେଶ ପ୍ରଦୂଷଣ । ଏହା ଯୋଗୁଁ ବହୁ ଲୋକ ମୃତ୍ୟୁମୁଖର ଶିକାର ହେଉଛନ୍ତି । ଏହି ପ୍ରଦୂଷଣକୁ ବଢ଼ାଇବା ପାଇଁ ପ୍ଲାଷ୍ଟିକ୍ ହେଉଛି ସବୁଠାରୁ ବଡ଼ କାରଣ । କିନ୍ତୁ ଏମିତି ଏକ ନିଆରା ପାଣି ବୋତଲ ବିଷୟରେ କୁହାଯାଉଛି ଯେ ଏହା ପ୍ଲାଷ୍ଟିକ୍ରୁ ତିଆରି ନୁହେଁ ଓ ଏହା ଦ୍ୱାରା ମଧ୍ୟ ପରିବେଶ ପ୍ରଦୂଷଣର କୌଣସି କ୍ଷତି ନାହିଁ । ଆସାମର ଏକ ଉଦ୍ୟୋଗକାରୀ ନୂଆ ଆବିଷ୍କାର ପାଇଁ ଇଣ୍ଟରନେଟ୍ରେ ପ୍ରସିଦ୍ଧ ହୋଇଛି । ଗୁଆହାଟୀର ବିଶ୍ୱନାଥ ଚାରାଲିରେ ରହୁଥିବା ଧ୍ରୁତିମାନ୍ଙ୍କ ଅନୁସାରେ ସେମାନେ ବାଉଁଶକୁ କାଟି, ପଲିସିଙ୍ଗ୍ କରି ଶୁଖାଇ ଏହାପରେ ବିଭିନ୍ନ ପ୍ରକାର ଫିନିସିଙ୍ଗ୍ ପରେ ବୋତଲ ତିଆରି ହୁଏ । ଗୋଟିଏ ବୋତଲ ତିଆରି କରିବାରେ ପାଖାପାଖି ୪ରୁ ୫ ଘଣ୍ଟା ସମୟ ଲାଗୁଛି । ଧ୍ରୁତିମାନଙ୍କ କହିବାନୁଯାୟୀ ତାଙ୍କୁ ତିଆରି କରିବାରେ ପାଖାପାଖି ୧୭ ବର୍ଷ ଲାଗିଗଲା । ବାଉଁଶର ଏହି ବୋତଲ ଏକଦମ୍ ୱାଟର ପ୍ରୁଫ୍ । ଏହି ବୋତଲ ସ୍ଥାୟୀ ବର୍ଚ୍ଛାରୁ ତିଆରି ହୋଇଛି । ବୋତଲର ବାହାରେ ଗୋଟିଏ ସ୍ତରର ୱାଟର୍ ପ୍ରୁଫ୍ ଅଏଲ୍ ପଲିସ୍ କରାଯାଇଛି । ବୋତଲର ଠିପି ମଧ୍ୟ ବାଉଁଶରୁ ତିଆରି ହୋଇଛି । ବାଉଁଶରୁ ତିଆରି ଏହି ବୋତଲ ପୁରା ଜୈବିକ । ବାଉଁଶ ନିର୍ମିତ ବୋତଲଟି ଅନ୍ଲାଇନ୍ରେ ଉପଲବ୍ଧ ହୋଇଯିବା ସହ ଏହାର ମୂଲ୍ୟ ୪୦୦ ରୁ ୬୦୦ ଟଙ୍କା ।


