ବାଉଳା ହୋଇ ଶଗଡ ଚାଳକଙ୍କୁ ଜୋରିମାନା ପକାଇଲା ପୋଲିସ
ନୂଆ ଟ୍ରାଫିକ ନିୟମ ହେବା ପରେ ବାଇକ ଚାଳକ ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିବା ବେଳେ ପୋଲିସ ନିୟମକୁ କଡା କଡି କରିଦେଇଛି । ମୋଟର ଯାନରେ ବିନା ହେଲମେଟରେ ଯାତ୍ରା କରୁଥିବା , ମଦ୍ୟପାନ କରି ଯାତ୍ରା କରୁଥିଲେ ,ଗାଡିରେ ୩ ଜଣ ମିଶି ଯାତ୍ରା କରୁଥିଲେ ଆଦି କ୍ଷେତ୍ରରେ ପୋଲିସ ଆଇନ ଅନୁଯାୟୀ ମୋଟା ଅଙ୍କର ଟଙ୍କା ଉପôାର୍ଜନ କରୁଥିଲା । ଏଥିରେ ପୋଲିସ ଯାତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରିଥିବାବେଳେ ଏଥିରେ ବାଉଳା ହୋଇ ଜଣେ ଶଗଡ ଚାଳକଙ୍କୁ ରାସ୍ତା କଡରେ ଯିବା ସମୟରେ ୧ ହଜାର ଟଙ୍କାର ଜୋରିମାନା ପକାଇଥିଲା । ଏହି ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ମିଳିଥିବା ଖବର ଅନୁଯାୟୀ ଶନିବାର ରିୟାଜ ନାମକ ଜଣେ ଚାଷୀ ତାଙ୍କ ଶଗଡକୁ ଧରି କ୍ଷେତ ପାଖରେ ରଖିଥିଲେ ଆଗରୁ ଆସୁଥିବା ପୋଲିସ ଗାଡି ଶଗଡର ଲାଇସେନ୍ସ ମାଗିଥିଲେ । ଶଗଡର ଲାଇସେନ୍ସ ନଥିବାରୁ ତାଙ୍କ ନାମରେ ୧ ହଜାର ଟଙ୍କାର ଜୋରିମାନା କାଟିଥିଲେ । ମୋଟର ଯାନ ନିୟମରେ ଶଗଡ ଉପରେ ସେହିପରି କିଛି ନିୟମ ନଥିବାରୁ ୧ ହଜାର ଚାଲାଣକୁ ପୋଲିସ ରଦ୍ଧ କରିଦେଇଛି ।