ବାକିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର

ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲା ରାଇକିଆ ଥାନା ବାକୀଙ୍ଗିଆ ଲେଶୁଡ଼ିମହା ନିକଟ ରେ ଏକ ବାଇକ ଦୁର୍ଘଟଣା ରେ ଦୁଇ ଯୁବକଙ୍କର ଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଜଣ ହେଲେ ପାଜିମାହାର କିରଣ ପ୍ରଧାନ, ଦିଗି ପାଙ୍ଗାନାଜୁ ଅଞ୍ଚଳ ର ଅଭିଷେକ ନାୟକ । ଗୁରୁତର ହୋଇଥିବା ଯୁବକ ଜଣକ ଅମିତ୍ ଦିଗଲ ଏବଂ ଘର ଟିକାବାଲି ଅଞ୍ଚଳ ରେ । ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଉଦ୍ଧାର କରାଯାଇ ରାଇକିଆ ମେଡିକାଲ୍ ରେ ଭର୍ତି କରାଯାଇଥିବା ବେଳେ ଦୁଇଜଣ ଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଜି ଉଦୟଗିରି ରୁ ରାଇକିଆ ବାଇକ ଯୋଗେ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଏକ ଆମ୍ବ ଗଛ କୁ ଧକ୍କା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ