ବାକିଥିବା କାର୍ଯ୍ୟକୁ ପୂରଣ କରିବାକୁ ପ୍ରତିଶୃତି
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ୧୦ନଂ.ୱାର୍ଡରେ ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଚାଲିଥିବା ବେଳେ ବାକି ଥିବା କାର୍ଯ୍ୟକୁ ଆଗାମୀ ଦିନରେ ପୂରଣ କରିବେ ବୋଲି ପ୍ରାର୍ଥୀ ମାନେ ପ୍ରତିଶୃତି ଦେଇଛନ୍ତି । ପ୍ରକାଶ ଯେ, ଏହି ପଞ୍ଚାୟତରେ ସରପଞ୍ଚ ପଦବୀରେ ୩ ଓ ଓ ସମିତି ସଭ୍ୟ ପଦବୀରେ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥୀତ ପ୍ରାର୍ଥୀ ବିଜୟୀ ହୋଇ ୫ ବର୍ଷ ମଧ୍ୟରେ ପ୍ରାୟ ୮୦ ଭାଗ କାର୍ଯ୍ୟ କରାଯାଇଥିବା ବେଳେ ବାକି ଥିବା ୨୦ ଭାଗ କାର୍ଯ୍ୟକୁ ଆଗାମୀ ଦିନରେ ପୂରଣ କରାଯିବ ବୋଲି ସରପଞ୍ଚ ପ୍ରାର୍ଥିନୀ ରଜନୀ ସେଠୀ ଓ ସମିତି ସଭ୍ୟ ପ୍ରାର୍ଥୀ ମୀନକେତନ ଜେନା କହିଥିଲେ । ଘର ଘର ବୁଲି ପ୍ରଚାର କଲା ବେଳେ ଭୋଟର ମାନେ ନିଜର ସମସ୍ୟାକୁ ଜଣାଇବା ସହିତ ପ୍ରାର୍ଥୀଦ୍ୱୟକୁ ଭୋଟ ଦେଇ ବିଜୟୀ କରିବେ ବୋଲି ପ୍ରତିଶୃତି ଦେଉଥିବାର ଦେଖାଯାଇଥିଲା ।


