ବାକିଲିକଣା ଗ୍ରାମକୁ ସିଲ କଲେ ସରପଞ୍ଚ
ଶେରଗଡ଼, (ଦେବୀ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ଡେଙ୍ଗାପଦର ପଞ୍ଚାୟତର ବାକିଲିକନା ଗ୍ରାମକୁ ସିଲ କରିଛନ୍ତି ଉକ୍ତ ପଂଚାୟତର ସରପଞ୍ଚ ରାମକୃଷ୍ଣ ପଲେଇ।ବୁଧବାର ଅପରାହ୍ନରେ ସ୍ତାନୀୟ ତହସିଲଦାର ଡ଼. ଦୟା ସିନ୍ଧୁ ପରିଡା ଓ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଙ୍କ ଉପସ୍ଥିତ ରେ ସରପଞ୍ଚ ଶ୍ରୀ ପଲେଇ ନିଜର ଜିଲାପାଳ କ୍ଷମତା ପ୍ରୟୋଗ କରିବା ସହ ଗ୍ରାମର ଚାରି ପାର୍ଶ୍ବରେ ବେରିକେଟ କରି ପାଞ୍ଚ ଦିନ ପାଇଁ ସିଲ କରିଛନ୍ତି।ଗ୍ରାମକୁ କରୋନା ରୋଗୀ ଙ୍କ ଆତ ଜାତ କୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି।ବାହାର ଵ୍ୟକ୍ତି ଙ୍କୁ ଗ୍ରାମ ଭିତରକୁ ପଶିବାକୁ ବାରଣ କରି ଏହି ପଦକ୍ଷେପ ନିଆଯାଇଛି।