ବାକି ନଦେବାରୁ ଦୋକାନୀଙ୍କୁ ମାଡ

ହାଟଡିହି,(ୱାଇଏନ୍ଏସ୍): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଗିରିଗାଁ ଗ୍ରାମରେ ଜଣେ ବ୍ୟବସାୟୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗିରିଗାଁ ଗ୍ରାମର ଶଙ୍କର୍ଷଣ ଜେନା ନାମକ ଜଣ ବ୍ୟକ୍ତି ଗାଁରେ ଏକ କୁକୁଡା ଦୋକାନ ଦେଇଛନ୍ତି । ସେ ଆଜି ସକାଳୁ ସକାଳୁ ୫କିଲୋ କୁକୁଡାମାଂସ କାଟି ରଖିଥିବାବେଳେ ଗାଁର ଜଣେ ବ୍ୟକ୍ତି ଆସି ତାଙ୍କୁ ୨କିଲୋ କୁକୁଡା ମାଂସ ବାକି ମାଗିଥିଲା । ମାତ୍ର ଦୋକାନୀ ଜଣକ ବଇନି ହୋଇ ନଥିବା କହିବା ଓ ମାସଂ ବାକି ନଦେବାରୁ ଗ୍ରାହକ ଜଣକ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଶଙ୍କର୍ଷଣକୁ ମାଡ ମାରିବା ସହ କଟା ହୋଇ ରଖାଯାଇଥିବା କୁକୁଡା ମାସଂକୁ ଫୋପାଡି ଦେଇଥିଲେ । ଶଙ୍କର୍ଷଣ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ