ବାଗଦେବୀ କଳାମନ୍ଦିର ପକ୍ଷରୁ ଆତ୍ମ ନିର୍ଭର କୃଷକ ଅଭିଯାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ଆନୁକୂଲ୍ୟରେ ଭରତପୁର କାଳୀମନ୍ଦିରରେ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସୁନାଇଲୋ ପକ୍ଷରୁ କୃଷକମାନଙ୍କ ଆତ୍ମ ନିର୍ଭରଶୀଳତା ଉପରେ ଏକ କୃଷକ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି ମୁଖ୍ୟ ଅତିଥି, ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଭଉଣୀ ବି.କେ. ସ୍ନେହ ସାନଭଉଣୀ ସିଜା, ଭାଇ ରବୀନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନୀତ ଅତୀଥି ଭାବେ ଯୋଗଦେଇଥିଲେ । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ନୃତ୍ୟଦଳ ନଟରାଜ ଡ୍ୟାନ୍ସ ଗ୍ରୁପ, କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ ଭଳି ବହୁ ନୃତ୍ୟଦଳ ଦଳଗତ ନୃତ୍ୟ ପ୍ରଦର୍ଶନ କରିଥିଲେ । ବାଗଦେବୀ କଳାମନ୍ଦିର ନୃତ୍ୟ ଆସର କାର୍ଯ୍ୟକ୍ରମଟି ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । କେନ୍ଦ୍ରାପଡା ସହର ସମେତ ଗ୍ରାମାଞ୍ଚଳର ଶତାଧିକ ଦର୍ଶକଙ୍କୁ ଏହି କାର୍ଯ୍ୟକ୍ରମ ମନମୋହିଥିଲା । ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥାର ଭାଇ ସଂଗ୍ରାମ ବିଶ୍ୱାଳ, କାର୍ତ୍ତିକ ସାହୁ, କଲ୍ୟାଣୀ ସାହୁ, ସମୀର ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।