ବାଘମରା ଚୋରା ପଥର ଖାଦାନରେ ଗଚ୍ଛିତ ପଥର ନିଲାମ୍
ନୀଳଗିରି, (ୱାଏନଏସ):ନୀଳଗିରି ତହସିଲ ଅଧିନସ୍ଥ ବାଘମରା ପଥର ଖାଦାନ ଦୀର୍ଘ ଦିନ ଧରି ବେଆଇନ ଭାବେ ଚୋରାରେ ଚାଲିଥିବା ବେଳେ ରାଜସ୍ବ ବିଭାଗ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ଘଟୁଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ପରେ ଉଭୟ ନୀଳଗିରି ତହସିଲଦାର ଦିପ୍ତିମୟୀ ବେହେରା ଓ ଖଣି ବିଭାଗର ଅଧିକାରିଣୀ ସନ୍ତୋଷିନୀ ସେଠୀ ଗତ ଗୁରୁବାର ଦିନ ବାଘମରା ଖାଦାନରେ ପହଞ୍ଚି ଚୋରା ପଥର ଖାଦାନ ଉପରେ ଚଢାଉ କରି ଗଚ୍ଛିତ ପଥରକୁ ସିଜ୍ କରିଥିଲେ। ଶନିବାର ଦିନ ଚୋରା ଗଚ୍ଛିତ ପଥରକୁ ପ୍ରକାଶ୍ୟରେ ନିଲାମ କରିଥିଲେ। ୬ଜଣ ନିଲାମଧରିଙ୍କ ଉପସ୍ଥିତିରେ ଡାକରା କରାଯାଇଥିଲା। ସର୍ବୋଚ୍ଚ ନିଲାମଧାରି ଭାବେ ଆର୍. କେ.ଡି. କମ୍ପାନୀ ନଅ ଲକ୍ଷ ଦଶହଜାର ଟଙ୍କା ରେ ଗଚ୍ଛିତ ପଥରକୁ ନେଇଥିଲେ। ନିଲାମ ସମୟରେ ନୀଳଗିରି ତହସିଲଦାର ଦିପ୍ତିମୟି ବେହେରା, ଖଣି ଅଧିକାରିଣୀ ସନ୍ତୋଷିନୀ ସେଠୀ, ନିଳଗିରି ପୋଲିସ ଉପସ୍ଥିତ ଥିଲେ।


