ବାଘଶଳାରେ ୫୦ତମ କୁମ୍ଭାର ମାଁଙ୍କ ଯାତ୍ରା ଉଦ୍‌ଯାପୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମରେ କୁମ୍ଭାର ମାଁଙ୍କ ଯାତ୍ରା ଉଦ୍‌ଯାପୀତ ହୋଇଯାଇଅଛି । ଏହି ଯାତ୍ରା ୧୭ତାରିଖରେ ଆରମ୍ଭ ହୋଇ ଗତକାଲି ମଙ୍ଗଳବାର ଉଦ୍‌ଯାପୀତ ହୋଇଛି । ୫୦ବର୍ଷରୁ ଉର୍ଦ୍ଧ ହେଲା ଅନୁଷ୍ଠିତ ହେଉଥିବାର ଜଣାପଡିଛି । ଏହି ଯାତ୍ରାରେ ଗୋଷାଣୀ ବ୍ଲକ ତଥା ବିଭିନ୍ନ ଜିଲ୍ଲାର ବିଭିନ୍ନ ଗ୍ରାମର ଶତାଧିକ ଭକ୍ତ ବା ଶ୍ରଦ୍ଧାଳୁ ଯୋଗଦେଇ ମାଁଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ତିନି ଦିନ ମଧ୍ୟରେ ବିଭିନ୍ନ ପୌରାଣିକ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଯାତ୍ରା ନିମନ୍ତେ ଶହ ଶହ ଘଟ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା । ଏହା ସହ ମାନସିକଧାରୀମାନେ ବିଭିନ୍ନ ବେଶବୁଶାରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ । ତେବେ ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଦୃଷ୍ଟିରୁ ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇପାରିନଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ଗୁରାଣ୍ଡି ଥାନା ପୋଲିସ ମୁତୟନ ହୋଇଥିବା ବେଳେ ଓ ଗ୍ରାମର ଯୁବଗୋଷ୍ଠୀ ମଧ୍ୟ ଏଥିରେ ସେମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ